ବଡଦାଣ୍ଡରେ ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ

ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡରେ ବଢୁଛି ଗହଳି

ମହାପ୍ରଭୁଙ୍କ ସ୍ନାନଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କର ଗହଳି ବଢ଼ିବାରେ ଲାଗିଛି। ବଡ଼ଦାଣ୍ଡରେ କ୍ରମାଗତ ଭାବେ ଭକ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସନ୍ଧ୍ୟା ପରଠାରୁ କ୍ରମାଗତ ଭାବେ ଭକ୍ତଙ୍କର ଭିଡ଼ ହେଉଛି। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି। ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍‌ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସିସିସିଟି କ୍ୟାମେରା ସମସ୍ତଙ୍କ ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *