PUCC, ବୀମା ନଥିଲେ ଧରିବ ଇ-ଡିଟେକ୍ସନ
ବୈଧ PUCC ଓ ବୀମା ଦସ୍ତାବିଜ୍ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ, ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ହେବ ଚିହ୍ନଟ। ଏନେଇ ଗାଡ଼ି ମାଲିକ ଓ ଚାଳକଙ୍କୁ ସଚେତନ କରିଛି ରାଜ୍ୟ ପରିବହନ ପ୍ରାଧିକରଣ। ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି ଇ-ଡିଟେକ୍ସନ୍ ବ୍ୟବସ୍ଥା। ରାସ୍ତାରେ ଯାଉଥିବା ଗାଡ଼ିର ବୈଧ ଦସ୍ତାବିଜ୍ ନଥିଲେ, ଇ-ଡିଟେକ୍ସନ୍ ମାଧ୍ୟମରେ ହେବ ଚିହ୍ନଟ। ଚିହ୍ନଟ ପରେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନାଁରେ ଜାରି ହେବ ଇ-ଚାଲାଣ। ତେଣୁ ଗାଡ଼ି ନେଇ ରାସ୍ତାକୁ ବାହାରିବା ପୂର୍ବରୁ PUCC ଓ ବୀମା ସହ ଆବଶ୍ୟକ ଦସ୍ତାବିଜ୍ ବୈଧ ଅଛି କି ନାହିଁ, ଯାଞ୍ଚ କରିନିଅନ୍ତୁ। ଦସ୍ତାବିଜ୍ ଠିକ୍ ନଥିଲେ ଏଣିକି ଖସିବା କଷ୍ଟକର। କାରଣ ରାସ୍ତାରେ ନଜର ରଖିବ ଇ-ଡିଟେକ୍ସନ୍ ବ୍ୟବସ୍ଥା।
