ଅବପାତର ରୂପ ନେଲା ଲଘୁଚାପ
ଅବପାତର ରୂପ ନେଲା ଲଘୁଚାପ । ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ବାରିପଦା ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବା ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା ଜାରି ରହିବ । ଆଗାମୀ ଦୁଇ ଦିନ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ । ଆଜି ସୁନ୍ଦରଗଡ଼ ଏବଂ କେନ୍ଦୁଝରରେ ଅତିଭୀଷଣ ବର୍ଷା ସମ୍ଭାବନା ରହିଛି । ଏନେଇ ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୮ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଆଲର୍ଟ ହୋଇଛି । କାଲି ୪ ଜିଲ୍ଲା ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଏବଂ ସମ୍ବଲପୁରକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୯ ଜଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
