ବହୁତ ଲୋକ ଇନଷ୍ଟାଗ୍ରାମରେ ସିଜିନ-୨ ନେଇ କମେଣ୍ଟ କରୁଛନ୍ତି – ଅଭିଜିତ୍ ଦୀପକେ

ଜନ୍ତରମନ୍ତରରେ CJP ସିଜିନ-୨ ଖୁବଶୀଘ୍ର

ଜନ୍ତରମନ୍ତରରେ ହୋଇଥିବା CJP ଆନ୍ଦୋଳନକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। CJP ସିଜିନ୍-୨ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଭିଜିତ୍ ଦୀପକେ। ତାଙ୍କର ଏହି ବୟାନ ପରେ CJP ସହ ଜଡ଼ିତ ଲୋକଙ୍କ ମଧ୍ୟରେ ପୁଣିଥରେ ଉତ୍ସାହ ଦେଖାଦେଇଛି।

ଅଭିଜିତ୍ ଦୀପକେ କହିଛନ୍ତି ଯେ, ଅନେକ ଲୋକ ଇନ୍‌ଷ୍ଟାଗ୍ରାମରେ CJP ସିଜିନ୍-୨ କେବେ ଆସିବ, ସେନେଇ କମେଣ୍ଟ କରୁଛନ୍ତି। ସୋସିଆଲ ମିଡିଆରେ ଲଗାତାର ଏଭଳି ପ୍ରଶ୍ନ ଆସୁଥିବାରୁ ସେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବହୁତ ଲୋକ ଇନ୍‌ଷ୍ଟାଗ୍ରାମରେ ସିଜିନ୍-୨ ନେଇ କମେଣ୍ଟ କରୁଛନ୍ତି। ସେମାନଙ୍କୁ କହିବାକୁ ଚାହୁଁଛି, ସିଜିନ୍-୨ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।”ଅଭିଜିତ୍‌ଙ୍କ ଏହି ବୟାନ ପରେ ଏବେ CJP ସିଜିନ୍-୨କୁ ନେଇ ଆଲୋଚନା ଜୋର ଧରିଛି। ତେବେ ଏହା କେବେ ଆରମ୍ଭ ହେବ, କେଉଁଠାରେ ଏହାର ଆୟୋଜନ ହେବ ଏବଂ ଏଥର ଏହାର ରୂପରେଖା କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ସାମ୍ନାକୁ ଆସିନାହିଁ।

Leave a Reply

Your email address will not be published. Required fields are marked *