ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ

UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

DGP ଚୟନରେ ସୁପ୍ରିମକୋର୍ଟଙ୍କ ବ୍ରେକ୍ । ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ । ‘ପ୍ରକାଶ ସିଂହ’ ଗାଇଡଲାଇନ୍ ନେଇ ଉଠିଲା ପ୍ରଶ୍ନ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାରେ ସାମୟିକ ବ୍ରେକ୍ ଲାଗିଛି । ଅଗଷ୍ଟ ୧୮ ପର୍ଯ୍ୟନ୍ତ DGP ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ଆଜି ସୁପ୍ରିମକୋର୍ଟ UPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ହେବାକୁ ଥିବା UPSC ଏମ୍ପାନେଲମେଣ୍ଟ ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି । ଓଡ଼ିଶାର ନୂଆ DGP ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । DGP ଚୟନ ପ୍ରକ୍ରିୟା ୨୦୦୬ର ଐତିହାସିକ ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ଆବେଦନରେ ଅଭିଯୋଗ କରାଯାଇଛି ।

Leave a Reply

Your email address will not be published. Required fields are marked *