ପୁରୀର ଖଜା ଓ ଗଜା ଦୋକାନ ଉପରେ ଚଢ଼ାଉ, ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ

ଖଜା ଦୋକାନରେ ରେଡ

ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି କାରଖାନା ଉପରେ ରେଡ୍ । ଆଜି ସକାଳୁ ଖାଦ୍ୟ ଓ ଯୋଗାଣ ବିଭାଗ ସମେତ ପୋଲିସ ଟିମ ଚଢ଼ାଉ ଜାରି ରଖିଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମାନେ ଘରକୁ ଖଜା କିଣି ନେଉଥିବା ବେଳେ ଖଜା ଗୁଡିକ ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଥିଲା । ଭକ୍ତ ଓ ଜନ ସାଧାରଣଙ୍କ ଭାବନାକୁ ନେଇ ଆଜି ଚଢାଉ ଜାରି ରହିଥିବା ବେଳେ ଖଜା ଗୁଡିକର ଯାଞ୍ଚ କରାଯାଉଛି । ଯାଞ୍ଚ ବେଳେ ଘରୋଇ ଗ୍ୟାସ ବ୍ୟବହାର ନେଇ ନଜରକୁ ଆସିଥିବାବେଳେ ଆଇନ ଅନୁସାରେ ସେଗୁଡିକୁ ଜବତ ମଧ୍ୟ କରାଯାଉଛି । ଏହି ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଉଛି । ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ଖଜା ଗୁଡିକୁ ନଷ୍ଟ କରାଯାଉଥିବା ବେଳେ ଫାଇନ ଆଦାୟ ମଧ୍ୟ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *