ବିରୋଧୀ ସ୍ଥିର କରନ୍ତୁ ହଟ୍ଟଗୋଳ କରିବେ ନା ଆଲୋଚନାକୁ ଆସିବେ

ବିରୋଧୀଙ୍କୁ ଗୃହ ମନ୍ତ୍ରୀଙ୍କ କଡ଼ା ଜବାବ

ବିରୋଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଖୋଲା ଚ୍ୟାଲେଂଜ। କହିଲେ ଆଜି ଦିନ ୩ଟାରୁ ଆସନ୍ତାକାଲି ଦିନ ୩ଟା ପର୍ଯ୍ୟନ୍ତ ବିବୃତି ରଖିବାକୁ ପ୍ରସ୍ତୁତ। ସଂସଦରେ ଆଲୋଚନା ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ। ସତ୍ ସାହସ ଥିଲେ ଆଜି ଅପରାହ୍ଣ ୨ଟା ସୁଦ୍ଧା ବାଚସ୍ପତିଙ୍କୁ ବିରୋଧୀ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ଶାହ।

ଆଜି ଅପରାହ୍ଣ ୩ଟାରୁ କାଲି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବିବୃତି ରଖିବାକୁ ପ୍ରସ୍ତୁତ। ସଂସଦରେ ଆଲୋଚନା ନେଇ କିଛି ନା କିଛି ବିଧି ବ୍ୟବସ୍ଥା ରହିଛି। ଯଦି ବାଚସ୍ପତି ଅନୁମତି ଦିଅନ୍ତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ ପାଇଁ ପ୍ରସ୍ତୁତ। ଦେଶବାସୀଙ୍କୁ ସବୁକିଛି ଅବଗତ କରାଇବା ପାଇଁ ପ୍ରସ୍ତୁତ। ତେଣୁ ବିରୋଧୀ ସ୍ଥିର କରନ୍ତୁ ହଟ୍ଟଗୋଳ କରିବେ ନା ଆଲୋଚନାକୁ ଆସିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Leave a Reply

Your email address will not be published. Required fields are marked *