ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ

ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ ର ତଦନ୍ତ

ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ କ୍ୟାପିଟାଲ ଥାନା ପୋଲିସ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବ । ପ୍ରଥମେ କର୍ମଚାରୀଙ୍କ ବୟାନ ରେକର୍ଡ ହେବ। CMO ଏବଂ ଗୃହ ବିଭାଗର ଯେଉଁ ଅଧିକାରୀ ବା କାର୍ଯ୍ୟାଳୟ ସହାୟକ ଏହି ଫାଇଲ୍ ଗୁଡ଼ିକୁ ହ୍ୟାଣ୍ଡେଲ କରୁଥିଲେ ସେମାନଙ୍କୁ ପଚରାଉଚରା କରାଯିବ । ଏହା ପରେ ଡିଜିଟାଲ ଓ ଫିଜିକାଲ ଟ୍ରେଲ୍ ହେବ । ଫାଇଲ୍ ମୁଭମେଣ୍ଟ ରେଜିଷ୍ଟର, ରିସିଭିଂ ଆକନଲେଜମେଣ୍ଟ ଏବଂ ସେକ୍ରେଟେରିଏଟ୍ ର ସିସିଟିଭି ଫୁଟେଜ୍ ଯଦି ଉପଲବ୍ଧ ଥାଏ ତାର ଯାଞ୍ଚ ହେବ।

Leave a Reply

Your email address will not be published. Required fields are marked *