କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କେଜିରୁ ପିଜି ମାଗଣା ଶିକ୍ଷା, SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କେଜିରୁ ପିଜି ମାଗଣା ଶିକ୍ଷା ପ୍ରସଙ୍ଗରେ SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କହିଲେ, ଆର୍ଥିକ ଅନଗ୍ରସର ପାଇଁ କେହି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି । ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି ।

କୌଣସି କଲେଜକୁ ଆର୍ଥିକ ଚାପ ପଡ଼ିବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଏବର୍ଷ ରି-ଆଡମିଶନ SAMS ମାଧ୍ୟମରେ ହେବ । ଆଡମିଶନ୍ ଟଙ୍କା ପିଲାଙ୍କୁ ଫେରସ୍ତ କରାଯିବ । କଲେଜ ନିଜ ମନଇଚ୍ଛା ଫି’ ବଢ଼ାଇ ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *