୨୦୪ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଟଣୀ ନିର୍ବାଚନ ମଣ୍ଡଳୀର କୁମାର ବସ୍ତ ଲୋକନାଥ ବିଦ୍ୟାଳୟ ପ୍ରାଙ୍ଗଣରୁ ରାଜ୍ୟର ୨୦୪ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮୮ଟିର କରାଯାଇଥିଲା ଭିତିପ୍ରସ୍ତର ସ୍ଥାପନ। ପ୍ରତି ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ସ୍ଥାପନ ହେବ ଏହି ଗୋଦାବରିସ ଆଦର୍ଶ ବିଦ୍ୟାଳୟ । ପ୍ରତି ବିଦ୍ୟାଳୟ ପାଇଁ ୫ ଏକର ଜାଗା ୫ରୁ ୭ କୋଟି ବ୍ୟୟ ବରାଦ ପାଇଁ ହୋଇଛି ଧାର୍ଯ୍ୟ ।

ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଛାତ୍ରଛାତ୍ରୀଙ୍କ ମୂଳଦୁଆ ସୁଦୃଢ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ବାଲବାଟିକାରୁ ଆରମ୍ଭ କରି ଉଛଶିକ୍ଷା ପର୍ଯ୍ୟନ୍ତ ବ୍ୟବସ୍ଥା ରହିବ। ଅଭିଜ୍ଞ ଶିକ୍ଷକ ସହ ସ୍ମାର୍ଟ କ୍ଲାସରୁ, ଲବରୋଟୋରି, ଖେଳ ପଡିଆ, ଇତ୍ୟାଦିର ସୁବିଧା ରହିବ । କାର୍ଯ୍ୟକ୍ରମରେ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତିଶଙ୍କର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *