ରଥଯାତ୍ରା ପାଇଁ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬ ଅବସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ପକ୍ଷରୁ ବଡ଼ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ । ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସହ ଅନ୍ୟ ଅଞ୍ଚଳର ଭକ୍ତମାନେ ଏହାଦ୍ୱାରା ସହଜରେ ପୁରୀ ପହଞ୍ଚିପାରିବେ । ଇଷ୍ଟ କୋଷ୍ଟ ରେଳବାଇ ସୂଚନା ଅନୁସାରେ, ଜଗଦଲପୁର-ପୁରୀ, ରାୟଗଡା-ପୁରୀ, ସମ୍ବଲପୁର-ପୁରୀ ଏବଂ ଶାଲିମାର-ପୁରୀ ରୁଟ୍ରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।
ଜଗଦଲପୁର-ପୁରୀ ସ୍ପେଶାଲ ଟ୍ରେନ୍
ଟ୍ରେନ୍ ନଂ 08553 ଜୁଲାଇ ୧୫ ଓ ୨୩ ତାରିଖ ସକାଳ ୬ଟାରେ ଜଗଦଲପୁରରୁ ଛାଡ଼ି ପରଦିନ ରାତି ୧:୪୦ରେ ପୁରୀ ପହଞ୍ଚିବ । ଫେରନ୍ତା ଟ୍ରେନ୍ ନଂ 08554 ଜୁଲାଇ ୧୬ ଓ ୨୪ ତାରିଖ ସନ୍ଧ୍ୟା ୭:୧୫ରେ ପୁରୀରୁ ଛାଡ଼ି ପରଦିନ ଦିନ ୧:୧୫ରେ ଜଗଦଲପୁର ପହଞ୍ଚିବ । ଏହି ଟ୍ରେନ୍ କୋରାପୁଟ, ଜୟପୁର, କୋଟପାଡ଼, ରାୟଗଡା, ଗୁଣୁପୁର, ପାରଳାଖେମୁଣ୍ଡି, ପାଲାସା ଓ ଖୋର୍ଦ୍ଧା ରୋଡ୍ ସମେତ ପ୍ରମୁଖ ଷ୍ଟେସନରେ ରହିବ।
ଶାଲିମାର-ପୁରୀ ସ୍ପେଶାଲ ଟ୍ରେନ୍
ଟ୍ରେନ୍ ନଂ 08565/08566 ଜୁଲାଇ ୧୫ ଓ ୨୩ ତାରିଖ ସନ୍ଧ୍ୟା ୬ଟାରେ ଶାଲିମାରରୁ ଛାଡ଼ି ପରଦିନ ସକାଳ ୬ଟାରେ ପୁରୀ ପହଞ୍ଚିବ। ଫେରନ୍ତା ଟ୍ରେନ୍ ଜୁଲାଇ ୧୭ ଓ ୨୫ ତାରିଖ ରାତି ୧୨:୩୦ରେ ପୁରୀରୁ ଛାଡ଼ି ପରଦିନ ଦିନ ୧:୩୦ରେ ଶାଲିମାର ପହଞ୍ଚିବ। ଏହି ଟ୍ରେନ୍ ସନ୍ତରାଗାଛି, ମେଚେଦା, ଖଡ଼ଗପୁର, ବେଲଦା, ଦାନ୍ତନ, ଜଳେଶ୍ୱର, ବସ୍ତା, ରୂପସା, ବାଲେଶ୍ୱର ଓ ସୋର ଷ୍ଟେସନରେ ରହିବ।
