କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା

୫ ଦିନ ପ୍ରବଳ ବର୍ଷିବ, ପୁରା ରାଜ୍ୟକୁ ବର୍ଷା ଚେତାବନୀ

୫ ଦିନ ପ୍ରବଳ ବର୍ଷା । ପୁରା ରାଜ୍ୟକୁ ଚେତାବନୀ । ବିଜୁଳି ଘଡଘଡି ସହ ଝଟକା ପବନ ପାଇଁ ଆଜି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେବଳ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାକି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ପାଇଁ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦୁଇ ଜିଲ୍ଲା କନ୍ଧମାଳ ଏବଂ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ୩୦ ତାରିଖ ଯାଏ ପୁରା ରାଜ୍ୟରେ ବର୍ଷା ଲାଗି ରହିବ ।

Leave a Reply

Your email address will not be published. Required fields are marked *