କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ୍‌

ବଦଳିଲା କ୍ରୁଟ୍‌ର ନାଁ

ବଦଳିଲା କ୍ରୁଟ୍‌ର ନାଁ । କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ୍‌ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାସହ ବିଭିନ୍ନ ଜିଲ୍ଳା ହେଡ କ୍ଵାଟରରେ ଚାଲିବ ନୂତନ ବସ । କମରସିଆଲ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ, ସେହି ଆଧାରରେ ଏବେ ବିଭିନ୍ନ ସହରରେ ଚାଲିବ କ୍ରୁଟ୍‌ ବସ୍ । ପ୍ରଥମେ କେଉଁଝର ଜିଲ୍ଲାରେ ୨୫ଟି ବସ ବ୍ୟବସ୍ଥା କରାଯାଇଥିଲା । ପରବର୍ତ୍ତୀ ସମୟରେ ଦ୍ଵିତୀୟ ପର୍ଯ୍ୟାୟରେ ବାରିପଦା ,ଅନୁଗୁଳ,ଝାରସୁଗୁଡ଼ା ଓ ବାଲେଶ୍ୱରରେ ଚାଲିବ କ୍ରୁଟ୍‌ର ଆମ ବସ୍ ।

Leave a Reply

Your email address will not be published. Required fields are marked *