୨୦୨୩ ପାଇଁ ଶ୍ରେଷ୍ଠ ଚଳଚିତ୍ର ପୁସ୍କରା, ୨୦୨୪ ପାଇଁ ଆଶ୍ରମ ମନୋନୀତ
୨୦୨୩ ଓ ୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ୨୦୨୩ ପାଇଁ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଓ ‘ପୁଷ୍କରା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି । ‘ପୁଷ୍କରା’ର ଅଭିନେତ୍ରୀ ସୁପ୍ରିୟା ନାୟକ, ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିବା ବେଳେ ମାଇଁ ସୁଇଟ୍ ହାଉସ୍ ୱାଇଫ୍ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ ହୋଛନ୍ତି । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପିନାକୀ ସିଂ ବିବେଚିତ ହୋଇଛନ୍ତି ।
‘ଧୋ ରେ ବାବୁ ଧୋ’ ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ମୋ ବୋଉ ମୋ ଗାଁକୁ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ଭାବେ ଘୋଷଣା କରାଯାଇଛି । ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ମିଳିବ । ସେହିପରି ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବା ବେଳେ ‘ପାବାର’ ଚଳଚ୍ଚିତ୍ର ପାଇଁ ବାବୁସାନ୍ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ ହୋଇଛନ୍ତି । ‘ଭଗିଆ ଭାରିଜା’ ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେହୁରିଆ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି । ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଫୁଲ ଫୁଟି ମହକିଲା ବିବେଚିତ ହୋଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି । ଆସନ୍ତାକାଲି ପୁରସ୍କାର ଷ୍ଟେଟ୍ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯିବ ।
