୧୦ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ପୁଣି ଘାରିଲାଣି ଲଘୁଚାପ ଭୟ । ୧୦ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୫ ତାରିଖ ସୁଦ୍ଧା ଉତ୍ତର ବଂଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ମୁତାବକ, ଆସନ୍ତା ୧୦ ଦିନ ପର୍ୟ୍ୟନ୍ତ ବର୍ଷା ଲାଗିରହିବ। ୨୧ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା , ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ୧୩ ତାରିଖରୁ ବର୍ଷାର ପରିମାଣ ବଢିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ନେଇ ସୋମବାର ୨୦ ଜିଲ୍ଲା ଏବଂ ମଙ୍ଗଳବାର ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଚଳିତ ବର୍ଷା ଋତୁରେ ୪ ଜିଲ୍ଲାକୁ ବାଦ ଦେଲେ ରାଜ୍ୟରେ ସବୁ ଜିଲ୍ଲାରେ ସାଧାରଣ ବା ତାଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
