ସୃଷ୍ଟି ହେବ ୧୦ ହଜାର ୬୬୧ ଜଣଙ୍କ ପାଇଁ ନିଯୁକ୍ତି

ଓଡ଼ିଶାରେ ୩ ହଜାର ୨୮୦ କୋଟିର ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଓଡ଼ିଶାରେ ୩ ହଜାର ୨୮୦ କୋଟିର ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ । ୧୦ ହଜାର ୬୬୧ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୫୦ତମ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୩ ହଜାର ୨୮୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ ୧୦ ହଜାର ୬୬୧ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହି ନୂତନ ନିବେଶଗୁଡ଼ିକ ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ୍ ଡାଉନ୍ ଷ୍ଟ୍ରିମ୍, ଜୈବ ଇନ୍ଧନ, କେମିକାଲ୍ସ, ପ୍ଲାଷ୍ଟିକ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ହେବ। ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଜଗତସିଂହପୁର, କୋରାପୁଟ ଆଦି ଜିଲ୍ଲାରେ ଏହି ଶିଳ୍ପଗୁଡ଼ିକ ସ୍ଥାପନ କରାଯିବ। ବାୟୋଫୁଏଲ କ୍ଷେତ୍ରରେ ୯୬୦ କୋଟି ନିବେଶ କରିବ IOCL। ଖୋର୍ଦ୍ଧାରେ ପ୍ଲାଷ୍ଟିକ ଶିଳ୍ପରେ ବଡ଼ ନିବେଶ ହେବ। ଗଞ୍ଜାମରେ ହେବ ୫ଷ୍ଟାର ହୋଟେଲ, ୨୦୮ କୋଟି ନିବେଶ ହେବ ।

Leave a Reply

Your email address will not be published. Required fields are marked *