ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ
ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡ଼ି ହୋଇଥିଲେ । ତେବେ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଏହି କଠିନ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ମଧ୍ୟ କୁହାଯାଇଛି । ସେହିପରି ବନ୍ୟା ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
