ସୁପ୍ରିମକୋର୍ଟରୁ ମନମୋହନ ସିଂହଙ୍କୁ ବଡ଼ ଆଶ୍ୱସ୍ତି

କୋଇଲା ବ୍ଲକ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି । ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୟମାଲା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ସିବିଆଇର କ୍ଲୋଜର ରିପୋର୍ଟକୁ ଗ୍ରହଣ କରିଥିଲେ ।କୋର୍ଟ କହିଛନ୍ତି ଯେ, ସିବିଆଇର କ୍ଲୋଜର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ଏବଂ ତାଙ୍କ ବିରୋଧରେ ଯାଞ୍ଚ କରିବାର କୌଣସି ଯଥାର୍ଥତା ନାହିଁ । କୋର୍ଟ ଏହି ମାମଲକୁ ଶେଷ କରିଦେଇଛନ୍ତି । କୋଇଲା ବ୍ଲକ ଆବଣ୍ଟନ ମାମଲାରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବତନ୍ତ୍ର ସିବିଆଇ ଅଦାଲତ ଠାରୁ ଜାରି କରିଥିବା ସମନକୁ ନେଇ ୨୦୧୫ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରଥମ ଶୁଣାଣିରେ ମନମୋହନ ସିଂଙ୍କୁ ଆଶ୍ବସ୍ତି ଦେଇ ସମନ ଉପରେ ରୋକ୍ ଲଗାଇଥିଲେ । ମନମୋହନ ସିଂହଙ୍କ ମୃତ୍ୟୁର ଦେଢ଼ ବର୍ଷରୁ ଅଧିକ ସମୟ ବିତିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମନମୋହନଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *