ମାଓବାଦୀ ଗୁଳିରେ ୫ ଯବାନ ଆହତ
ସରଣ୍ଡା ବାଲିବା ଜଙ୍ଗଲରେ ଭୟାବହ ଗୁଳି ବିନିମୟ। ମାଓବାଦୀ ଗୁଳିରେ ୫ ଯବାନ ଆହତ ଆହତ। ଆଇଇଡି ବିସ୍ଫୋରଣ ଓ ଗୁଳିବର୍ଷାରେ ଥରିଲା ଅଞ୍ଚଳ। ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅଧୀନସ୍ଥ ସାରଣ୍ଡାର ବାଲିବା ଜଙ୍ଗଲରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଭୟାବହ ଗୁଳି ବିନିମୟ ହେଇଛି। ସରଣ୍ଡାର ଚାରା ଡେରା ଓ ଡୋଲାଇଗଡ଼ା ଜଙ୍ଗଲ ମଧ୍ୟରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ଉଭୟ ପକ୍ଷରୁ ଗୁଳିବର୍ଷା ହୋଇଥିଲା।ଯେଉଁଥିରେ ୫ଜଣ ଯବାନ ଆହତ ହୋଇଛନ୍ତି। ଆହତ ଜବାନମାନେ ହେଲେ ଶୈଳେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟ, ଇନ୍ସପେକ୍ଟର ସତ୍ୟ ପ୍ରକାଶ ଏବଂ ପ୍ରେମ କୁମାର। ସମସ୍ତ ଆହତଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରି ରାଞ୍ଚିକୁ ଚିକିତ୍ସା ପାଇଁ ପଠାଯାଇଛି । ଜଙ୍ଗଲରେ ପ୍ରାୟ ୧୫ ଜଣ ନକ୍ସଲ ଲୁଚି ଥିବା ନେଇ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ୍ ।
