ସଂସଦରେ ଆଜି ଉପସ୍ଥାପିତ ହେବ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ-୨୦୨୬
ଲୋକସଭାରେ ଆଜି ଆଗତ ହେବାକୁ ଥିବା ୩ଟି ସଂଶୋଧନ ବିଧେୟକ ପାରିତ ହେଲେ। ମହିଳାଙ୍କୁ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ସହ ଲୋକସଭାର ଆସନ ସଂଖ୍ୟା ୮୫୦କୁ ଛୁଇଁବ । ଲୋକସଭା ଆସନ ସଂଖ୍ୟା ବଢ଼ାଇବା ପାଇଁ ୨୦୧୧ ଜଣଗଣନା ଆଧାରରେ ସଂସଦୀୟ ନିର୍ବାଚନ ମଣ୍ଡଳୀର ପୁନଃ ସୀମାନିର୍ଦ୍ଧାରଣ କରାଯିବ। ଫଳରେ ଜନସଂଖ୍ୟା ଅଧିକ ଥିବାରୁ ଉତ୍ତର ଭାରତର ରାଜ୍ୟ ମୁଖ୍ୟତଃ ହିନ୍ଦି ଭାଷାଭାଷୀ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ବଢ଼ିଯିବ ।କିନ୍ତୁ ଜନସଂଖ୍ୟା କମ ଥିବାରୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କ୍ଷତି ସହିବା ଆଶଙ୍କା ସୃଷ୍ଟି ହୋଇଛି ।
