ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍

ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍

ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍ । ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର ଆଇପିଏସ ଡ. ସର୍ବଣା ବିବେକ ଏମ୍ । ପୂର୍ବରୁ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟରତ ଥିଲେ । ଟିମ୍ ୱାର୍କରେ କ୍ରାଇମ କଣ୍ଟ୍ରୋଲ, ସାଇବର କ୍ରାଇମ ବିରୋଧରେ ସଚେତନତା ଏବଂ ପାର୍ବଣ ପାଇଁ ଫୁଟ୍, ବାଇକ୍ ଓ PCR ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।ସୁରେଶ ଦେବ ଦତ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସରବଣା ଭୁବନେଶ୍ୱର DCP ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୨୨ ତାରିଖରେ ତାଙ୍କର ଏହି ନୂତନ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ଜଗମୋହନ ମୀନାଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *