କଟକରେ କାଲି ସ୍କୁଲ କଲେଜ ଛୁଟି
କଟକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଥିବାରୁ, ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।ଏକ ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, “ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଏବଂ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, କଟକ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ (ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବା OAVs ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ତଥା ଡିଗ୍ରୀ କଲେଜ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ୨୬ ସେପ୍ଟେମ୍ବର ୨୦୨୬ ରେ ବନ୍ଦ ରହିବ ।
