ଦିଲ୍ଲୀ ଏନ୍‌ସିଆର୍‌ରେ ଥମିବାର ନାଁ ନେଉନି ବାୟୁ ପ୍ରଦୂଷଣ

ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି, ୪୦୦ ପାର୍ କଲା AQI

ଦିଲ୍ଲୀ ଏନ୍‌ସିଆର୍‌ରେ ଥମିବାର ନାଁ ନେଉନି ବାୟୁ ପ୍ରଦୂଷଣ । ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଜଧାନୀର ବାୟୁର ଗୁଣବତ୍ତା । ବର୍ତ୍ତମାନ ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଆଜି ସକାଳେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୫୪ ରେକର୍ଡ କରାଯାଇଛି। ତେବେ ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିବା ସହ ବାୟୁର ଗୁଣବତ୍ତା ‘ଗମ୍ଭୀର’ (Severe) ଶ୍ରେଣୀରେ ପହଞ୍ଚିଛି।ତଥ୍ୟ ଅନୁଯାୟୀ, ଏନ୍‌ଆଇଏଚ୍ ନରେଲାରେ AQI ୪୨୨, ଆଇଟିଓରେ ୪୧୫ ଏବଂ ପୁସାରେ ୪୦୫ ରେକର୍ଡ କରାଯାଇଛି। ସେହିପରି ବସୁନ୍ଧରା ଏନ୍‌କ୍ଲେଭ୍‌ରେ ୩୮୧, ତାଲକଟୋରା ଗାର୍ଡେନ୍‌ରେ ୩୮୦, ମୁଣ୍ଡକାରେ ୩୭୯, ବୱାନାରେ ୩୭୫ ଏବଂ ସିରିଫୋର୍ଟରେ ୩୭୦ AQI ରେକର୍ଡ ହୋଇଛି। ଏହି ସମସ୍ତ ଅଞ୍ଚଳରେ PM2.5 ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *