ଦିଲ୍ଲୀରେ ଆତଙ୍କୀ ଆକ୍ରମଣର ଆଶଙ୍କା, ହାଇ ଆଲର୍ଟ ଜାରି

ଦିଲ୍ଲୀରେ ହାଇ ଆଲର୍ଟ ଜାରି

ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳକୁ, ସରକାରୀ କାର୍ଯ୍ୟାଳୟ ଏବଂ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ସୂଚନାନୁଯାୟୀ, ପ୍ରମୁଖ ସରକାରୀ କୋଠା, ରାଜନୈତିକ କାର୍ଯ୍ୟାଳୟ, ବଜାର ଏବଂ ପରିବହନ କେନ୍ଦ୍ରଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯାନବାହାନ ଯାଞ୍ଚ କରାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର ଡଗ୍ ସ୍କ୍ୱାଡ୍ ଏବଂ କ୍ୱିକ୍ ରିଆକ୍ସନ ଦଳକୁ ମଧ୍ୟ ସଜାଗ ରଖାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ, ଅନାବୃତ ବସ୍ତୁ ଏବଂ ପାର୍କିଂ ହୋଇଥିବା ଯାନବାହନ ଉପରେ କଡ଼ା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *