ତ୍ରିଷାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲା

ଉଦୟନିଧି ଷ୍ଟାଲିନ ଗିରଫ

ତାମିଲନାଡ଼ୁର ବିରୋଧୀ ଦଳ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଗିରଫ କରିଛି । ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ୬ଟି ଧାରାରେ ମାମଲା ରୁଜୁ କରିଛି ।ଖବର ମୁତାବକ, କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ଉଦୟନୀଧି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ । ସଭା ମଧ୍ୟରୁ ତ୍ରିଷା-ତ୍ରିଷା ନାରା ଶୁଣାଯାଇଥିଲା । ଉଦୟନିଧି କିଛି ସମୟ ଚୁପ ରହିବା ପରେ ହସିଥିଲେ । ପରେ ଏକ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ, ଯାହାକୁ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ ବୋଲି ଧରାଯାଇଥିଲା ।କାବେରୀ ଜଳ ବିବାଦ ସମ୍ପର୍କରେ ଷ୍ଟାଲିନ୍ ତାଞ୍ଜାଭୁରରେ ଏକ ରାଲିକୁ ସମ୍ବୋଧିକ କରିବା ସମୟରେ ଉଦୟନିଧି ଷ୍ଟାଲିନ୍ ଥଲାପତି ବିଜୟଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ । ଉଦୟନିଧି ଷ୍ଟାଲିନଙ୍କ ଭାଷଣର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।ଗିରଫ ପରେ ଉଦୟନିଧି କହିଛନ୍ତି, ମୁଁ କିଛି ଭୁଲ୍ କରିନି । ମୁଁ କିଛି ଭୁଲ୍ କହିନି । ମୁଁ କାହା ନାମ ନେଇନି । ମୁଁ ଏହା ଉପରେ ଆଉ କିଛି ଟିପ୍ପଣୀ ଦେବାକୁ ଚାହୁଁନି । ପୋଲିସ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a Reply

Your email address will not be published. Required fields are marked *