ବୋଟ୍ରେ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୋଟ୍ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

ବୈତରଣୀ ନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଦଶରଥପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି । ବ୍ଲକର ଅନେକ ସ୍ଥାନରେ ଘାଇ ଓ ବନ୍ଧ ଧସିବା ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଜୟନ୍ତରା ମହାପାତ୍ରସାହି ନିକଟ ଘେରିବନ୍ଧରେ ପ୍ରାୟ ୧୨୦ ଫୁଟର ଘାଇ ହୋଇଛି। ସେହିପରି କାଣୀ ନଦୀର ତରପଦା ପଞ୍ଚାୟତର ଡୋଭାବିଲ ଓ ପାଟଣା ନିକଟରେ ମଧ୍ୟ ଘାଇ ସୃଷ୍ଟି ହୋଇଛି ।
