ବନ୍ୟା ପ୍ରଭାବିତ ଜିଲ୍ଲାରେ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ
ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୮୮ ବ୍ଳକ, ପ୍ରାୟ ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ , ୮୩ ହଜାର ୨୬୫ ଚାଷୀ, ପ୍ରଭାବିତ ହୋଇଛନ୍ତି । ୩୬ ଟି ରାପିଡ ରେସପନ୍ସ ଟିମ୍ ମୂତୟନ ହୋଇଛି । ସେହିପରି ୫୦ ଅନିମଲ ହେଲଥ କ୍ୟାମ୍ପ କରାଯାଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ । ସରକାରଙ୍କ ପକ୍ଷରୁ ବନ୍ୟା ପୀଡିତ ପାଇଁ ସହାୟତା ଦିଆଯାଉଛି l ମୁଖ୍ୟମନ୍ତ୍ରୀ ନିଜେ ପାଣି ଭିତରକୁ ଯାଇ ପୀଡିତଙ୍କ ସହ ଆଲୋଚନା କରିଛନ୍ତି l କ୍ଷତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗ୍ରାଉଣ୍ଡରେ ତଦାରଖ କରିଛନ୍ତି ବୋଲି କହିଛନ୍ତି ।
