ଜନଜାତୀୟ ଗୌରବ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଜନଜାତୀୟ ଗୌରବ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ପୁସ୍ତକ ‘ସମର୍ପଣ’ ଉନ୍ମୋଚିତ

ମାଲକାନଗିରିରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ-୨୦୨୬ ସମାରୋହ। ଡିଏନକେ ପଡ଼ିଆରେ ଆୟୋଜିତ ଏହି ମହାସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନଜାତି ସମାଜର ଗୌରବମୟ ଇତିହାସ, ସମୃଦ୍ଧ ପରମ୍ପରା ଓ ସ୍ୱତନ୍ତ୍ର ସଂସ୍କୃତିକୁ ସମ୍ମାନ ଜଣାଇଛନ୍ତି।ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ପ୍ରଦର୍ଶନୀ ଷ୍ଟଲ୍ ଉଦଘାଟନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ଜନଜାତି କଲ୍ୟାଣ ବିଭାଗର ସଫଳତା ଓ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ପୁସ୍ତକ ‘ସମର୍ପଣ’ ଉନ୍ମୋଚନ କରିବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀଙ୍କ ସମେତ ନବରଙ୍ଗପୁର ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ଜନଜାତି ସମାଜର କଳା, ସଂସ୍କୃତି, ପରମ୍ପରା ଓ ବୀରତ୍ୱର ଗାଥାକୁ ସ୍ମରଣ କରିବା ସହ ସେମାନଙ୍କ ବିକାଶ, ସଶକ୍ତୀକରଣ ଓ କଲ୍ୟାଣର ବାର୍ତ୍ତା ନେଇ ଆୟୋଜିତ ହୋଇଛି ଏହି ରାଜ୍ୟସ୍ତରୀୟ ମହାସମାରୋହ।

Leave a Reply

Your email address will not be published. Required fields are marked *