ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ । ବିଭିନ୍ନ ବିଭାଗର ମନ୍ତ୍ରୀ ଦୁଇ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଲୋକସେବା ଭବନରେ ମନ୍ତ୍ରୀ ମାନଙ୍କ ସହ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ବର୍ଷ ପୂର୍ତ୍ତି ନେଇ ଆଲୋଚନା କରୁଛନ୍ତି । ଜୁନ୍ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂରୁଛି । ଏନେଇ ରାଜ୍ୟ ସରକାର କଣ କାର୍ଯ୍ୟକ୍ରମ ହାତକୁ ନେବେ ସେନେଇ ଆଲୋଚନା ହେଉଛି ।ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ରାଜ୍ଯ ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ । ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର । ସେ ସମ୍ପର୍କରେ ଆଜି ବୈଠକରେ ଆଲୋଚନା ହେଉଛି । ବୈଠକରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ରବିନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ଅଛନ୍ତି ।
