ଦୁର୍ଗାପୂଜାରେ କଟକ ସହର ଜଗିବେ 60 ପ୍ଲାଟୁନ ପୋଲିସ ଫୋର୍ସ
ପାର୍ବଣର ମହାପର୍ବ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ରୂପାର ସହର କଟକ । ରଙ୍ଗୀନ ଆଲୋକମାଳାରେ ଝଳସୁଛି କଟକ ସହର । 52 ବଜାର 53 ଗଳିର ସହର ରେ ଦୁର୍ଗାପୂଜା ର ମାହୋଲ। କଟକ ସହର ରେ ଚଳିତବର୍ଷ 170 ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ରେ ମା ଦୁର୍ଗା ଓ ହର ପାର୍ବତୀ ଙ୍କୁ ପୂଜା କରାଯାଉଛି। ଏହା ମଧ୍ୟରୁ 38 ଟି ଚାନ୍ଦିମେଢ଼ ର ପୂଜା ମଣ୍ଡପ ରହିଛି। ରୂପାର ସହରରେ ସୁନା ରୂପାର ଓଜଲ୍ୟା ଭିତରେ ଦୁର୍ଗତିନାଶିନୀ ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।ଆଜି ପୂଜା ମଣ୍ଡପ ରେ ମହା ଷଷ୍ଠୀ । ଆଜି ମଣ୍ଡପରେ ମା ଙ୍କୁ ବିଲ୍ଵବରଣ କରାଯାଇ ପୂଜାର୍ଚନା କରାଯାଉଛି। ଆସନ୍ତାକାଲି ମଣ୍ଡପରେ ମହାସପ୍ତମୀ ପୂଜା।ଏଥିଲାଗି ଚଳଚଞ୍ଚଳ କଟକ ସହରର ସମସ୍ତ ପୂଜା ମଣ୍ଡପ। ଦୁର୍ଗାପୂଜା ସମୟରେ କଟକ ସହର ରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦନା କରିବା ପାଇଁ କଟକ ସହରରେ 60 ପ୍ଲାଟୁନ ପୋଲିସ ଫୋର୍ସ କମିଶନରେଟ ପୋଲିସ ପକ୍ଷରୁ ମୃତୟନ କରାଯାଇଛି।
