ଆଉ ୫ ବର୍ଷ ପାଇଁ ମିଳିଲା ଦାୟିତ୍ୱ

ଟାଟା ସନ୍ସ ଅଧ୍ୟକ୍ଷ ରହିବେ ଚନ୍ଦ୍ରଶେଖରନ

ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରିବାକୁ ବୋର୍ଡ ମଞ୍ଜୁରି ଦେଇଛି। ତେବେ ଏହି ପ୍ରସ୍ତାବକୁ ନୋଏଲ୍ ଟାଟା ବିରୋଧ କରିଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୨ରେ ଚନ୍ଦ୍ରଶେଖରନ ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରୀରେ ଶେଷ ହେବା ପରେ ଆଉ ଦାୟିତ୍ୱ ନେବେ ନାହିଁ ବୋଲି କହିଥିଲେ। ଏବେ ବୋର୍ଡର ନୂଆ ନିଷ୍ପତ୍ତିରେ ସେ ଆଉ ୫ ବର୍ଷ ଦାୟିତ୍ୱରେ ରହିବେ।ଏହି ନିଷ୍ପତ୍ତି ଆର୍‌ବିଆଇ ଟାଟା ସନ୍ସର କୋର୍‌ ଇନ୍‌ଭେଷ୍ଟମେଣ୍ଟ୍ କମ୍ପାନୀ ମାନ୍ୟତା ଛାଡ଼ିବା ଆବେଦନ ଖାରଜ କରିବାର କିଛି ଦିନ ପରେ ଆସିଛି। ଏହା ପରେ ଟାଟା ସନ୍ସର ସମ୍ଭାବ୍ୟ ଷ୍ଟକ୍‌ ବଜାର ତାଲିକାଭୁକ୍ତକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି।୨୦୧୭ରେ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିବା ଚନ୍ଦ୍ରଶେଖରନଙ୍କୁ ୨୦୨୨ରେ ଦ୍ୱିତୀୟ ଥର ପାଇଁ ୫ ବର୍ଷର କାର୍ଯ୍ୟକାଳ ମିଳିଥିଲା। ନୂଆ ନିଷ୍ପତ୍ତିରେ ନେତୃତ୍ୱରେ ଅବ୍ୟାହତତା ଆସିଥିବା ବେଳେ ଟାଟା ସନ୍ସର ନିୟାମକ ସ୍ଥିତି ଓ ତାଲିକାଭୁକ୍ତ ପ୍ରସଙ୍ଗ ଏବେ ବି ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *