ଦିଲ୍ଲୀ ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା

ଦିଲ୍ଲୀରେ ପୁଣି ଭୁଶୁଡ଼ିଲା କୋଠା

ଦିଲ୍ଲୀରେ ପୁଣି ଭୁଶୁଡ଼ିଲା କୋଠା। ସୀମାପୁରୀର ମଛଲି ମଣ୍ଡି ଅଞ୍ଚଳରେ ଘଟିଛି ଅଘଟଣ। ହଠାତ୍ ଭୁଶୁଡ଼ି ପଡ଼ିଛି ଏକ ୩ ମହଲା କୋଠା। ଦେଖୁ ଦେଖୁ ମାଟିରେ ମିଶିଗଲା କୋଠାର ବଡ଼ ଅଂଶ। ଚାରିଆଡ଼େ ଖେଳିଯାଇଛି ଆତଙ୍କ। କୋଠା ଭୁଶୁଡ଼ିବା ପରେ ଭଗ୍ନାବଶେଷ ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି ଦିଲ୍ଲୀ ଅଗ୍ନିଶମ ବିଭାଗ। ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜାଖୋଜି କରୁଛନ୍ତି ଉଦ୍ଧାରକାରୀ ଦଳ। ଘଟଣାସ୍ଥଳରେ ଜାରି ରହିଛି ଜୋରଦାର ରେସ୍କ୍ୟୁ ଅପରେସନ୍। ତେବେ କୋଠା ଭୁଶୁଡ଼ିବାର ପ୍ରକୃତ କାରଣ କଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *