ସିଇସି ଜ୍ଞାନେଶ କୁମାରଙ୍କ ସୁରକ୍ଷା ବଢ଼ିଲା
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ତାଙ୍କ ପାଖରେ ପୂର୍ବରୁ Z+ ସୁରକ୍ଷା ରହିଥିବା ବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି । ଜ୍ଞାନେଶ କୁମାରଙ୍କ ବ୍ୟକ୍ତିଗତ ସୁରକ୍ଷା ସହିତ ଦିଲ୍ଲୀ ବାସଭବନ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି । ଜ୍ଞାନେଶ କୁମାରଙ୍କୁ ନେଇ ସମ୍ଭାବ୍ୟ ବିପଦର ପୁନଃ ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ତାଙ୍କ ଆବାସ ଆଖପାଖରେ ୨୪ ଘଣ୍ଟା ପୋଲିସ ମୁତୟନ ରହିବେ ।
