୨୩ ସୁଦ୍ଧା ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି
ଆସନ୍ତା ୨୩ ସୁଦ୍ଧା ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଦକ୍ଷିଣ -ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଓ ସଂଲଗ୍ନ ଥାଇଲାଣ୍ଡ ଏବଂ ମିଆଁମାରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହି ଲୋପ୍ରେସର ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିପାରେ।ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ଦକ୍ଷିଣ-ପୂର୍ବ ଓ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ ଉତ୍ତର-ପଶ୍ଚିମ ଆଡ଼କୁ ତୀବ୍ର ଭାବେ ଗତି କରିବା ନେଇଆକଳନ କରିଛି ପାଣିପାଗ ବିଭାଗ। ଏଣୁ ୨୩ ତାରିଖରୁ ଉତ୍ତରପଶ୍ଚିମ ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ଏବେ ବି ସ୍ପଷ୍ଟ ହୋଇନି ସ୍ଥିତି ।
