ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ

ଚିଲିକାରେ ନୌ ଚଳାଚଳ ବନ୍ଦ, ୨୫ ତାରିଖ ଯାଏ ଜାରି ରହିବ କଟକଣା

ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ବନ୍ଦ ରହିବ ଭସାପୋଲ । ଚିଲିକା ହ୍ରଦରେ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠୁ ୨୫ ତାରିଖ ଯାଏ ନୌ-ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରହିବ । ପ୍ରବଳବର୍ଷା ହେଲେ ଚିଲିକା ହ୍ରଦର ଜଳରାଶି ମଧ୍ୟ ଅଶାନ୍ତ ହୋଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାତପଡ଼ା ଓ କହ୍ନିକୁଦା ମଧ୍ୟରେ ନୌସେବାକୁ ବନ୍ଦ ରଖାଯାଇଛି। ସମସ୍ତ ନୌ ଚାଳକ ନିଜର ଜଳଯାନ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ । ଆଜିଠାରୁ ୨୫ ତାରିଖ ଯାଏ ଚିଲିକା ହ୍ରଦର ସାତପଡ଼ା-ଜହ୍ନିକୁଦା ମାର୍ଗରେ ଅସ୍ଥାୟୀ ଭାବେ ବନ୍ଦ ରହିବ ନୌସେବା ।

Leave a Reply

Your email address will not be published. Required fields are marked *