୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍
ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ । ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି । ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଡବଲ ଇଂଜିନ ସରକାର ଓଡ଼ିଶାକୁ ବିକାଶର ଏକ ନୂଆ ଶିଖରକୁ ନେଇ ଯାଉଛନ୍ତି।ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଜନକଲ୍ୟାଣକାରୀ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାର ଓ ସଂଗଠନ ଉଭୟଙ୍କ ପାଇଁ ଭିନ୍ନ ଭିନ୍ନ ରଣନୀତି ନିର୍ଦ୍ଧାରଣ କରିଛନ୍ତି। ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକୀ ଉତ୍ସବକୁ ଆଖିରେ ରଖି ରାଜ୍ୟକୁ ଅଗ୍ରଣୀ ଓ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ୫ ପ୍ରମୁଖ ଓ କାର୍ଯ୍ୟକାରୀ ସୂତ୍ର ଦେଇଛନ୍ତି। ଏହି ପାଞ୍ଚଟି ମନ୍ତ୍ର ଆଗାମୀ ଦିନରେ ଓଡ଼ିଶାର ପ୍ରଗତିର ମୂଳଦୁଆ ସାଜିବ।
