ଆନ୍ଧ୍ରପ୍ରଦେଶରେ ପୁଣି କୋଭିଡ୍ ଚିନ୍ତା

କାକିନାଡ଼ାରେ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶରେ ପୁଣି କୋଭିଡ୍ ଚିନ୍ତା , କାକିନାଡ଼ାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି । ନୂଆକରି ୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବିଶାଖାପାଟଣାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ମାମଲାଗୁଡ଼ିକର ମଧ୍ୟ ନିରୀକ୍ଷଣ କରାଯାଉଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ୍ଡପା ରିମ୍ସ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ୱାର୍ଡ ଖୋଲାଯାଇଛି ।

Leave a Reply

Your email address will not be published. Required fields are marked *