ବର୍ଷା ତାଣ୍ଡବ, ୧୦ରୁ ଅଧିକ ମୃତ୍ୟୁ

ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ

ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ ରଚିଛି । ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ବନ୍ୟା ସହରର ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଘଟଣା ଯୋଗୁଁ ୧୦ ଜଣଙ୍କ ଜୀବନ ଚାଲିଯାଇଛି । ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ଖୋଜା ଚାଲିଛି । ପ୍ରବଳ ବର୍ଷା ଯୋଗୁଁ ରଜୌରୀ ଅଞ୍ଚଳରେ ପାର୍କିଂ ଷ୍ଟାଣ୍ଡର ଥିବା ଅନେକ ଗାଡ଼ି ଭାସିଯାଇଛି । ଏହାଛଡା ଅନେକ ଘରକୁ କ୍ଷତି ପହଞ୍ଚିଛି ।ଖବର ମୁତାବକ, ରାଜୌରୀ, ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆକସ୍ମିକ ବନ୍ୟା ଏବଂ ଖରାପ ପାଗ ଯୋଗୁଁ ୧୦ ଜଣଙ୍କ ଜୀବନ ଯାଇଛି ।

ଏପର୍ଯ୍ୟନ୍ତ ଉଭୟ ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫର ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।ରାଜୌରୀ ଜିଲ୍ଲାରେ ବେଲା ବସ୍ ଷ୍ଟାଣ୍ଡର ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି, ପ୍ରବଳ ସ୍ରୋତରେ ଅନେକ ପାର୍କିଂ ହୋଇଥିବା ଗାଡ଼ି ଭାସି ଯାଇଛି । ଅନେକ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି । ବନ୍ୟାରେ ସାତଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *