ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ୫ ମୃତ
ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସୂଚନାନୁଯାୟୀ, ଗୁରୁବାର ଦିନ ହମିରପୁର ସମେତ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ହୋଇଥିଲା । ଝଡ଼ ସମୟରେ ବେତୱା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
