ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା

ଏଥର ଓଡିଶାରେ କମ ବର୍ଷା

ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ! । ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ସାରା ଦେଶ ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ପୂର୍ବରୁ ଏପ୍ରିଲ ମାସରେ ୯୨ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା IMD । ଏବେ ତାହାକୁ ଆହୁରି କମାଇ ୯୦ ପ୍ରତିଶତ କରିଦେଇଛି। ବିଗତ କିଛି ଦଶନ୍ଧି ମଧ୍ୟରେ ଏହା ସବୁଠାରୁ କମ୍ ପ୍ରାକ୍-ମୌସୁମୀ ପୂର୍ବାନୁମାନ ବୋଲି କୁହାଯାଉଛି।ସାଧାରଣତଃ ମୌସୁମୀ ଋତୁରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। କିନ୍ତୁ ଏଥର ମାତ୍ର ୭୮ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଅଛି । ଯାହା ସମ୍ପୂର୍ଣ୍ଣ ଭାବେ ‘ସ୍ୱାଭାବିକଠାରୁ କମ୍’ ବର୍ଗରେ ଆସୁଛି। ପାଣିପାଗ ବିଭାଗ ଅନୁଯାୟୀ କମ୍ କିମ୍ବା ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ପ୍ରାୟ ୮୪ ପ୍ରତିଶତ ରହିଛି। ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *