ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ
ପୁଣି ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ହାର୍ଟ ଆଟାକ୍ ଥିବା ସୂଚନା ମିଳିଛି । ପାଇଲଟ ଏହି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଟ୍ରାଫିକ୍ ନିୟନ୍ତ୍ରଣ(ATC) ଙ୍କୁ ଜଣାଇଥିଲେ । ଏହା ପରେ ATC ବିମାନକୁ ଲକ୍ଷ୍ନୌ ଏୟାରପୋର୍ଟକୁ ପଠାଇଥିଲା ।
