୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ
ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ। ୨୪ ଘଣ୍ଟା ପରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବ। କୌଣସି ସ୍ଥାନରେ ସ୍ଥିତି ଗମ୍ଭୀର ହୋଇନି। କିଛି କିଛି ସ୍ଥାନରୁ ଭୂସ୍ଖଳନ ରିପୋର୍ଟ ଆସିଛି। ଅଗ୍ନିଶମ, NDRF, ଓଡ୍ରାଫ ଟିମ୍ ତୁରନ୍ତ ସମସ୍ୟା ଦୂର କରିଛନ୍ତି। ବାତ୍ୟା ପାଇଁ ୨୫୩ ବ୍ଲକ/ପୌରାଞ୍ଚଳ ଚିହ୍ନଟ କରାଯାଇଥିଲା। ୨୦ ଜିଲ୍ଲାର ୬ହଜାର ୨୦୧ଟି ସ୍ଥାନ ସବୁଠୁ ଅଧିକ ପ୍ରଭାବିତ ଭାବେ ଚିହ୍ନଟ ହୋଇଥିଲା। ବାତ୍ୟା ଲାଗି ମୋଟ ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ସ୍ଥିତି ଗମ୍ଭୀର ହେଲା ଭଳି କୌଣସି ରିପୋର୍ଟ ହସ୍ତଗତ ହୋଇନି। ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ହେବ ଏବଂ ଅର୍ଣ୍ଣବ ଭଳି ସମାନ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।
