ଅଶାନ୍ତ ବାଣୀବିହାର କ୍ୟାମ୍ପସ୍
ଛାତ୍ର ସଂସଦ ନିର୍ବାଚନ ପୂବର୍ରୁ ଅଶାନ୍ତ ବାଣୀବିହାର । ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।ସୂଚନା ଥାଉକି, ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଉଠୁଛି ପଡ଼ୁଛି କଲେଜ୍ କ୍ୟାମ୍ପସ । ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇ ରହିଛି କ୍ୟାମ୍ପସ । କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉତ୍କଣ୍ଠା । ଆଜି ହେବ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ପ୍ରାର୍ଥୀ ।
