ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା। ୧୬ରୁ ୨୧ ତାରିଖ ଯାଏଁ କଟକଣା ଜାରି କଲା କମିଶନରେଟ୍ ପୋଲିସ। ଅପରାହ୍ଣ ୨ଟାରୁ ରାତି ୨ଟା ଯାଏଁ ଯାତାୟାତ ଉପରେ କଟକଣା ରହିବ। କଟକଣା ଥିବା ରାସ୍ତାରେ ଭାରି ଯାନ ଯାଇପାରିବ ନାହିଁ। ରସୁଲଗଡ଼ ଛକରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁ ଭବନ ଯାଏଁ ଭାରି ଯାନ ମନା। ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଯାଏଁ ବି ଭାରୀ ଯାନ ଚଳାଚଳ କରିବ ନାହିଁ।

ସେହିପରି ରସୁଲଗଡ଼ ଛକରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁ ଭବନ, ସିଆରପି ଛକରୁ ପାୱାର ହାଉସ୍, ଫାୟାର ଷ୍ଟେସନ ଛକରୁ ଶିଶୁଭବନ ଯାଏଁ ଭାରି ଯାନ ପ୍ରବେଶ ନିଷେଧ କରାଯାଇଛି। ଖଣ୍ଡଗିରିରୁ ପୋଖରୀପୁଟ, ବରମୁଣ୍ଡାରୁ ପଳାଶୁଣି ଏନ୍ଏଚ୍-୧୬ରେ କଟକଣା ରହିବ। ଖୋର୍ଦ୍ଧା ପଟୁ କଟକ ଆଡ଼େ ଆସୁଥିବା ସବୁ ଭାରିଯାନ ଭାୟା ଚନ୍ଦକା, ବାରଙ୍ଗ ଦେଇ ବାଲିକୁଦ ଛକରେ ଜାତୀୟ ରାଜପଥରେ ମିଶିବେ। କଟକଣା ଥିବା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଭାରିଯାନ ମନା। ସେହିପରି ସହର ଭିତରକୁ କୌଣସି ବସ୍ ପ୍ରବେଶ କରିବ ନାହିଁ।

ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ବାଣୀବିହାର ଓ ରବି ଟକିଜ୍ ଆଡ଼କୁ ବସ୍ ଚଳାଚଳରେ କଟକଣା ରହିବ। ତେବେ ଆମ୍ବୁଲାନ୍ସ, ପୋଲିସ୍, ଅଗ୍ନିଶମ ଓ ଜରୁରୀକାଳୀନ ଯାନ ପାଇଁ କଟକଣା ଲାଗୁ ହେବ ନାହିଁ। ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ।

Leave a Reply

Your email address will not be published. Required fields are marked *