ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ସୁପ୍ରିମକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି ମାମଲାର ଶୁଣାଣି ଛୁଟି ସରିବା ପରେ ହେବ ବୋଲି କୋର୍ଟ କହିଛନ୍ତି ।ରାମ ଜନ୍ମଭୂମି ଟ୍ରଷ୍ଟ ଏହି ଅର୍ଥକୁ ଭୁଲ୍ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ ବ୍ୟକ୍ତି ଜଣକ ମାମଲାରୁ ନେଇ ଏଫଆଇଆର କରିଥିଲେ । ବ୍ୟକ୍ତିଙ୍କ କହିବାନୁଯାୟୀ, ଟ୍ରଷ୍ଟ ଅର୍ଥରେ କିଛି ଗଡ଼ବଡ ରହିଛି, ଏହାର ଯାଞ୍ଚ ହେବା ଦରକାର ।
