ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ଯାତ୍ରା

ଅମରନାଥ ଗୁମ୍ଫାରେ ପ୍ରଥମ ପୂଜା କଲେ ଏଲଜି ମନୋଜ ସିହ୍ନା

ଜମ୍ମୁ କଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଦିନ ଶ୍ରୀ ଅମରନାଥ ଜୀଙ୍କ ପବିତ୍ର ଗୁମ୍ଫାରେ ପ୍ରଥମ ପୂଜା କରିଛନ୍ତି । ସେଠାରେ ପୂଜା କରିବା ସହି ଆଶୀର୍ବାଦ ନେଇ ସମସ୍ତଙ୍କ ଶାନ୍ତି, ଖୁସି ଏବଂ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହିତ ଚଳିତବର୍ଷର ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଔପଚାରିକ ଭାବେ ଆରମ୍ଭ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ । ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି ।ବାବା ଅମରନାଥଙ୍କୁ ଦର୍ଶନ କରିବା ପରେ ଲେଫନାଣ୍ଟ ଗଭର୍ଣ୍ଣର କହିଛନ୍ତି, ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ଆଡମିନିଷ୍ଟ୍ରେସନ, ଶ୍ରୀ ଅମରନାଥ ଜୀ ଶ୍ରୀଇନ ବୋର୍ଡ, ଆର୍ମି ପୋଲିସ, ସିକ୍ୟୁରିଟି ଫୋର୍ସ, ଲୋକାଲ କମ୍ୟୁନିଟି, ସର୍ଭିସ ପ୍ରୋଭାଇଡର, ଭଲେଣ୍ଟିୟର ମିଳିମିଶି କାମ କରୁଛନ୍ତି । ପ୍ରତ୍ୟେକ ଷ୍ଟକ ହୋଲ୍ଡର ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ, ବିନା ଦ୍ବିଦାରେ ଯାତ୍ରା କରିବା ପାଇଁ ସମର୍ପିତ । ଅତ୍ୟାଧୁନିକ ସୁବିଧା ଏବଂ ଜମ୍ମୁ କଶ୍ମୀର ଲୋକଙ୍କ ଅମୂଲ୍ୟ ସପୋର୍ଟ ଏବଂ ଆଧ୍ୟାତ୍ମିକ ଭାବେ ଯାତ୍ରା ପାଇଁ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ।

Leave a Reply

Your email address will not be published. Required fields are marked *