କିଏ ଧରିବ ବଙ୍ଗର ମଙ୍ଗ ?
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ କିଏ ଧରିବ ବଙ୍ଗର ମଙ୍ଗ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଦୌଡ଼ର ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନ ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀ । କାରଣ ସେ ଭବାନୀପୁର ସିଟ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ତାସହ ବିଜେପିର ବଡ଼ ଚେହେରା । ଶୁଭେନ୍ଦୁଙ୍କ ବ୍ୟତୀତ ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ୟ୍ୟ, ଦିଲ୍ଲୀପ ଘୋଷ, ସୁକାନ୍ତ ମଜୁମଦାର, ରୁପା ଗାଙ୍ଗୁଲି, ଅଗ୍ନିମିତ୍ର ପଲ୍ ପ୍ରମୁଖ ମଧ୍ୟ ସିଏମ୍ ରେସ୍ରେ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୯୩ ସିଟ୍ରୁ ୨୦୬ ଆସନରେ ବିଜୟୀ ହୋଇଛି ।
