ଟିଏମ୍ସି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ବିଭିନ୍ନ ସ୍ଥାନରେ ଟିଏମ୍ସି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ହୁଗଲି ଜିଲ୍ଲାର ଖାନାକୁଲ ବିଧାନସଭା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ଆଦର୍ଶ ବିଦ୍ୟାଭବନ ମତଦାନ କେନ୍ଦ୍ରରେ ୧୪୭ ଏବଂ ୧୪୮ ନମ୍ବର ବୁଥରେ ବିଜେପି ଏବଂ ଟିଏମସି ପୋଲିଂ ଏଜେଣ୍ଟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । ନାଦିଆ ଜିଲ୍ଲାର ହାତ୍ରା ବଜାର ଅଞ୍ଚଳର ପ୍ରାଥମିକ ହାଇସ୍କୁଲ ନିକଟରେ ସକାଳେ ହିଂସାତ୍ମକ ସଂଘର୍ଷ ଘଟିଛି। ହାତ୍ରା ବଜାର ପ୍ରାଥମିକ ସ୍କୁଲରେ ଏହି ପୋଲିଂ ବୁଥ୍ ସ୍ଥାପନ କରାଯାଇଛି , ଯେଉଁଠାରେ ତୃଣମୂଳ କଂଗ୍ରେସ ଏବଂ ଆଇଏସଏଫର କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।
