ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ- ଉପରାଷ୍ଟ୍ରପତି

ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର

ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର । ଲୋକଙ୍କ ସେବାରେ ହିଁ ମିଳିବ ସମ୍ମାନ । ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଣତନ୍ତ୍ର, ବିଧାନସଭାର ମର୍ଯ୍ୟାଦା ଓ ବିକଶିତ ଓଡ଼ିଶା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ୱରରେ ବିଧାୟକଙ୍କୁ ଗଣତନ୍ତ୍ର ଓ ଜନସେବାର ପାଠ ପଢ଼ାଇଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧିଙ୍କ ଦାୟିତ୍ୱ, ବିଧାନସଭାର ଶୃଙ୍ଖଳା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଉପସ୍ଥିତ ଥିଲେ।ନିର୍ବାଚନରେ ଭୋଟ୍ ପାଇଁ ବିଜୟ ମିଳିଥାଏ, କିନ୍ତୁ ଲୋକଙ୍କ ସେବା କଲେ ହିଁ ସେମାନଙ୍କ ସମ୍ମାନ ଅର୍ଜନ କରିହୁଏ। ବିଧାନସଭା କେବଳ ତର୍କବିତର୍କର ସ୍ଥାନ ନୁହେଁ। ଏଠାରେ ଉଠୁଥିବା ପ୍ରତ୍ୟେକ ପ୍ରଶ୍ନ, ପ୍ରଣୟନ ହେଉଥିବା ପ୍ରତ୍ୟେକ ଆଇନ ଓ ନିଆଯାଉଥିବା ପ୍ରତ୍ୟେକ ନୀତିଗତ ନିଷ୍ପତ୍ତି ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ ବୋଲି କହିଛନ୍ତି ଉପ ରାଷ୍ଟ୍ରପତି । ଗଣତନ୍ତ୍ରରେ ମତଭେଦ ସ୍ୱାଭାବିକ। କିନ୍ତୁ ମତଭେଦ ଯେପରି ଗୃହର କାର୍ଯ୍ୟକୁ ଅଚଳ କରିନଦିଏ, ସେଥିପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *