ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ ଭଟ ନିହତ
ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। କୁଲଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଆତଙ୍କବାଦୀ ଲତିଫ ଭଟ୍ ଏବଂ ତା’ର ଜଣେ ସହଯୋଗୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଏକ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।ନଭେମ୍ବର ୧୧ ତାରିଖରେ କୁଲଗାମ୍ର ମୀର ବଜାର ନିକଟରେ ଥିବା ଏକ ସିଆରପିଏଫ ପୋଷ୍ଟ ଉପରେ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିଲା।ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇଥିଲେ। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା।
